ମାନବିକତା ପରିଚୟ ଓ ରକ୍ତ ଦ୍ବାରା ଜୀବନ


ରକ୍ତଦାନ ମହାପୁଣ୍ୟ“ ଏହାର ଯଥାର୍ଥତା ସହିତ ଏକ ୭ ବର୍ଷ ଝିଅଟିର ଜୀବନ ବଞ୍ଚାଇ ସମାଜ ରେ ଏକ ଉଦାହରଣ ପାଲଟିଛନ୍ତି ଦୟା ସାଗର ପଟେଲ ଏବଂ ସୁଦିପ କୁମାର ତ୍ରିପାଠୀ। ମାତ୍ର ୭ ବର୍ଷ ର ଝିଅ ଟି ସିକଲିନ ରୋଗ ରେ ପୀଡିତ ଥିବା ସମୟରେ, ଗତ ୭ ତାରିଖ ଦିନ ଝିଅଟିର ଜନ୍ମଦିନ ହୋଇଥିଲା। ଏହା ପରେ ଅସୁସ୍ଥତା ଅନୁଭବ ହେତୁ ଝିଅଟିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ  ଜୟପୁର ମେଡିକାଲରେ ଆଡମିଟ୍ କରାଗଲା। ଏହା ପରେ ଡାକ୍ତର  ପରାମର୍ଶ ଅନୁସାରେ ଝିଅଟିକୁ A2B+ବ୍ଳଡ ର ଆବଶ୍ଯକ ପଡିଥିଲା।

ସେତେବେଳେ ଝିଅ ଶରୀର ରେ ୨.୮ ପ୍ରତିଶତ ରକ୍ତ ଥିଲା। ସମସ୍ତ ଗଣମାଧ୍ୟମ ସୋସିଆଲ ମିଡିଆରେ ଏହାର ପୋଷ୍ଟ ପରେ ମଧ୍ଯ ଜୟପୁର କିମ୍ବା କୋରାପୁଟ ଅଞ୍ଚଳରୁ କୌଣସି ରକ୍ତଦାତା ମିଳିପାରିନଥିଲେ। ଏହାପରେ ବାରିଣୀପୁଟ  ଅଞ୍ଚଳର ସମାଜସେବୀ ମମତା ବେହେରା ଓ ତରୁଣ କୁମାର ଖରା ନାମକ ଜଣେ ବ୍ୟକ୍ତି ସହାୟତା ରେ ଟିଟିଲାଗଡ଼ ର ସୁଦିପ କୁମାର ତ୍ରିପାଠୀ ଏବଂ ବଲାଙ୍ଗୀର ର ଦୟା ସାଗର ପଟେଲ ସ୍ଵ‌ଇଚ୍ଛା ରେ ଆସି ଝିଅଟି କୁ ରକ୍ତ ପ୍ରଦାନ କରିଥିଲେ।

ବଲାଙ୍ଗିର (୨୭୦କି.ମି.) ଓ  ଟିଟିଲାଗଡ଼ (୨୧୯କି.ମି.) ପରି ସୂଦୁର ବଲାଙ୍ଗୀର ଜିଲ୍ଲାରୁ ଜୟପୁର ସହରରେ ରକ୍ତଦାନ କରି ଝିଅଟି ର ଜୀବନ ବଞ୍ଚାଇ ଏକ ମହାନ ବ୍ୟକ୍ତି ସହ ମାନବିକତା ର ପରିଚୟ ପ୍ରଦାନ କରିଛନ୍ତି।