ଜୟପୁର ସଦର ଥାନା ର ହାଜତ ରେ ମୃତ୍ୟୁ।

  


ଜୟପୁର,ଗତ କାଲି ବିଳମ୍ବିତ ରାତିରେ ଜୟପୁର ସଦର ଥାନା ହାଜତରେ ଘଟିଛି ଘଟଣା ମୃତକ ଜଣକ ରାଜସ୍ଥାନର ଗୋପାଳ ରାମ। ଦୁଇ ଦିନ ତଳେ ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ଜୟପୁର ସଦର ପୋଲିସ ଗୋପାଳ କୁ ଗିରଫ କରିଥିଲେ। ଗତ ସନିବାର ଦିନ ଗୋପାଳ ଏକ ଟ୍ରକ ଯୋଗେ କୋରାପୁଟ ଜିଲ୍ଲା ପାଡୁଆ ଠାରୁ ଆଠ କୁଇଣ୍ଟାଲ ଗଞ୍ଜେଇ ରାଜସ୍ଥାନ କୁ ଚାଲାଣ କରୁଥିବା ସମୟରେ ବିଶ୍ଵସ୍ତ ସୁତ୍ରରୁ ସୂଚନା ପାଇ ଜୟପୁର ସଦର ପୋଲିସ ଉକ୍ତ ଟ୍ରକକୁ କାବୁ କରିବା ସହ ଗୋପାଳ ରାମ କୁ ଗିରଫ କରିଥିଲେ। ତେବେ ସନିବାର ରାତିରେ ଶୋଇବା ସମୟରେ ବେଡସିଟ ଚିରି ସେଥିରେ ଆତ୍ମହତ୍ୟା କରିଥିବା ପୋଲିସ ସୁତ୍ରରୁ ପ୍ରକାଶ। ଘଟଣା ପରେ ବରିଷ୍ଠ ପୋଲିସ ଅଧିକାରୀ ଓ ସାଇଣ୍ଟିଫିକ ଟିମ ସଦର ଥାନା ପହଞ୍ଚି ତଦନ୍ତ ଆରମ୍ଭ କରୁଥିବା ଏସଡିପିଓ ବରୁଣ ଗୁଣ୍ଠପାଲି ସୁଚନା ଦେଇଛନ୍ତି ତାହା ସହ ମୃତ ଗୋପାଳ ପରିବାର ଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି ପରିବାର ସଦସ୍ୟ ଆସି ପହଞ୍ଚିଲେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୁଚନା ଦେଇଛନ୍ତି।