ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ତରଫରୁ, କଂଗ୍ରେସ ପାର୍ଟି ବିପକ୍ଷରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା


ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା  ତରଫରୁ, କଂଗ୍ରେସ ପାର୍ଟି  ବିପକ୍ଷରେ ବିକ୍ଷୋଭ ପ୍ରଦର୍ଶନ  କରାଯାଇଥିଲା lହାତରସ ଠାରେ ହୋଇଥିବା  ଗଣଦୁଷ୍କର୍ମ କୁ କଂଗ୍ରେସ  ପାର୍ଟି  ରାଜନୈତିକ ରଙ୍ଗ ଦେବା  ସହିତ, କଂଗ୍ରେସ  ନେତା  ରାହୁଲ ଏବଂ ପ୍ରିୟଙ୍କା  ଗାନ୍ଧୀ ହାତରସ ଗସ୍ତକରି ଯୋଗୀ ସରକାରଙ୍କୁ  ବଦନାମ  କରିବା ସହିତ  ସେଠାରେ ଜନତାଙ୍କୁ ମିଥ୍ୟା ପ୍ରଚାର କରିବା  ସହିତ  ଦଙ୍ଗା କରିବା ର ପ୍ରୟାସ କରିଥିଲେ lହାତରସ ଭଳି  ଏକ ସମ୍ବେଦନଶୀଳ ଘଟଣାକୁ  ରାଜନୈତିକ କରଣ କରାଯିବା ଏକ ଦୁଃଖଦ ଏବଂ  ନିନ୍ଦନୀୟ  ଘଟଣା lଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଙ୍କର  କୁମ୍ଭୀର କାନ୍ଦଣା ସହିତ ମିଥ୍ୟା ଅଭିନୟ କୁ ଭାରତୀୟ  ଜନତା ପାର୍ଟି ତୀବ୍ର ନିନ୍ଦା କରିବା ସହିତ ଓଡିଶା  ରେ ହୋଇଥିବା ନାରୀନିର୍ଯାତନା ଏବଂ ଦୁଷ୍କର୍ମ  ବିରୋଧରେ  କଂଗ୍ରେସ  ଏବଂ ବିଧାୟକ କାହିଁକି ମୋୖନ?  ବିଜେଡି ସରକାର ସହିତ  ଓଡିଶା କଂଗ୍ରେସ  ର ତାଳବଧ ନୀତି କୁ ଭାରତୀୟ ଜନତା ପାର୍ଟି ତୀବ୍ର ନିନ୍ଦା କରୁଛି ବୋଲି ମତ ପ୍ରକାଶ କରିଛନ୍ତି l 

ଏହି କାର୍ଯ୍ୟକ୍ରମ ରେ ଭାରତୀୟ ଜନତା  ପାର୍ଟି ଯୁବମୋର୍ଚ୍ଚା ର କାର୍ଯ୍ୟକର୍ତା ଚିଣ୍ଟୁ ପଟ୍ଟନାୟକ ବିକ୍ରମ ସାହୁ, ରାଧାକାନ୍ତ ପୂଜାରୀ, ଶିବ ସାହୁ, ସଞ୍ଜୟ ସାହୁ, ଜୟପୁର ନଗର ଟିମ ରୁ ସଞ୍ଜୟ ବେହେରା, ଲୁକି ବେହେରା,ପରଦେଶୀ ବାଘ, ଅଭି ନାୟକ, ମଧୁ ହିଆଲ, ଅମୁଲ୍ୟ ମହାନ୍ତି, ନଳିନୀ ଦାସ, ରଘୁନାଥ  ପାଣିଗ୍ରାହୀ, ଦୁର୍ଗା ପ୍ରସାଦ ଦାସ ପ୍ରଭୃତି ଯୋଗଦେଇଥିଲେ, ମହିଳା ମୋର୍ଚ୍ଚା ସଦସ୍ୟା ଭବାନୀ ରେଡ୍ଡୀ, ସ୍ଵାତି ହୋତା, ଚିନ୍ମୟୀ ପାଇକରାୟ ପ୍ରଭୃତି  ଉପସ୍ଥିତ  ଥିଲେl ଏହି ବିକ୍ଷୋଭ ରାଲି ସ୍ଥାନୀୟ  ରାଜନହର ଠାରୁ ଆରମ୍ଭ କରାଯାଇଥିଲା ଏବଂ ଟ୍ରାଫିକ ଛକ ବସଷ୍ଟାଣ୍ଡ ରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କର  କୁଶପୁତୁଳିକା ଦାହ କରିଥିଲେ।