ଭାରତୀୟ ଜନତା ପାର୍ଟି ,ମହିଳା ମୋର୍ଚ୍ଚା ଦ୍ବାରା ଅନୁଭବ ମହାନ୍ତି ଙ୍କ କୁସ ପୁତ୍ତଳିକା ଦାହ କରାଗଲା

 

ଓଡିଶା ରେ ନବୀନ ସରକାର ର ସାଂସଦ ନିଜ ଘର ର ସ୍ତ୍ରୀ ଙ୍କୁ ଅନ୍ୟାୟ ଓ ଅତ୍ୟାଚାର କରୁଛନ୍ତି ତେବେ ସେ କିପରି ଓଡିଶା ମା ଭଉଣୀ ଙ୍କୁ ସମ୍ମାନ ଦେବେ । ଏହି ପ୍ରତିବାଦ ରେ କୋରାପୁଟ ଜିଲ୍ଲା ଜୟପୁର ବିଜେପି ମହିଳା ମୋର୍ଚ୍ଚା ଅନୁଭବ ଙ୍କ କୁଶ ପୁତ୍ତଳିକା ଦାହ କରି ନବୀନ ସରକାର ଙ୍କ ନାରୀ ମାରଣ  ନୀତି କୁ ବିରୋଧ କରି ଅନୁଭବ ଙ୍କୁ ଦଳ ରୁ ବହିଷ୍କାର ପାଇଁ ସ୍ୱର ଉତ୍ତୋଳନ କରିଥିଲେ। ଏଥିରେ ଜୟପୁର ଭାରତୀୟ ଜନତା ଦଳ ପକ୍ଷରୁ ସୀମା କରଣ, ସୁରଭି ପାଣି,ସ୍ଵାତି ହୋତା,ଚିନ୍ମୟୀ ପାଇକରାୟ,ସାବିତ୍ରୀ ବେହେରା, କମଳା ପରଜା, ଯମୁନା ସିଂ, ଭବାନୀ ରେଡ଼୍,ରବିନ୍ଦ୍ର ପଟନାୟକ, ରଘୁନାଥ ପାଣିଗ୍ରାହୀ, ସହଦେବ ଦୁର୍ଗା,ବିକ୍ରମ,ଅଭିଜୀତ ପଟନାୟକ, ଲୋକନାଥ ବେହେରା ଓ ଅନେକ ମହିଳା କାର୍ଯ୍ୟକର୍ତ୍ତା ଯୋଗଦେଇ ଜୟପୁର ନୂଆ ସାହି ସ୍ଥିତ ବିଜେପି କର୍ଯ୍ୟାଳୟ ଠାରୁ ରାଜନହର ଛକ ପର୍ଯ୍ୟନ୍ତ ଏକ ବିକ୍ଷୋଭ ପ୍ରଦର୍ଶନ କରି ରାଲି କରିଥିଲେ।