ଜୟପୁର ଠାରେ ଗଡିଲା ପୋଷଣ ରଥ

 


କେନ୍ଦ୍ର ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ଜୟପୁର କ୍ଷେତ୍ର ଜନ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଏକ ପୋଷଣ ରଥ ପ୍ରଚାର ଅଭିଯାନର ଶୁଭାରମ୍ଭ ହୋଇଛି । ଏହି ରଥକୁ ଜୟପୁର ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ଗୋପିନାଥ ସାରକାଙ୍କ ଦ୍ବାରା ସବୁଜ ପତାକା ପ୍ରଦର୍ଶନ କରି ଶୁଭାରମ୍ଭ କରାଯାଇଛି। କୋରାପୁଟ ଏବଂ ଜୟପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ପୋଷଣର ଆବଶ୍ୟକତା ସମ୍ପର୍କରେ ଏହି ରଥ ସଚେତନତାର ବାର୍ତ୍ତା ପ୍ରଚାର କରିବ । ଚଳିତ ସେପ୍ଟେମ୍ବର ମାସକୁ ପୋଷଣ ମାସ ଭାବେ ପାଳନ କରାଯାଉଥିବାରୁ ଏହି ଅଭିଯାନ କେନ୍ଦ୍ର ସରକାର ପକ୍ଷରୁ ସମଗ୍ର ଦେଶରେ ଆୟୋଜିତ ହେଉଛି । ଏହି କାର୍ଯ୍ୟକ୍ରମ ଆଜିଠାରୁ ୫ ଦିନ ବ୍ୟାପି ଚାଲିବ । ଏହି କାର୍ଯ୍ୟକ୍ରମରେ ବିଶେଷ କରି ଶିଶୁ ଓ ଗର୍ଭବତିମହିଳାଙ୍କ ସ୍ବାସ୍ଥ୍ୟ ଉପରେ ଗୁରୁତ୍ବ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପନ୍ତିତ ଶିଶୁ ବିକାଶ ବିଭାଗ ସହଯୋଗ କରିଥିଲେ ।