ପାଣି ପାଇଁ ଡହଳ ବିକଳ

 

ବିଶ୍ୱ ରେ ସୃଷ୍ଟି ହୋଇଥିବା କରୋନା ମହାମାରୀ ଭିତରେ ଜଳକଷ୍ଟ ଯନ୍ତ୍ରଣା ଭି ସାମ୍ନା କୁ ଆସିଛି । ଟୋପାଏ ପାଣି ପାଇଁ ଲାଗିବାକୁ ପଡେ ଲମ୍ବା ଲାଇନ୍। ଗାଁ ରେ ମାତ୍ର ଗୋଟିଏ ନଳକୂପ ଥିବାବେଳେ ନଳକୂପ ପାଣି ଏବେ ଗୋଳିଆ ଏବଂଲୁହା ପାଣି ବାହାରୁଛି। ଜୟପୁର ବ୍ଲକ ଟାଙ୍କୁଆ ପଞ୍ଚାୟତ ରାଙ୍ଗିଣୀଗୁଡା। 


 ପାଣି ଇ ଡହଲବିକଳ ଏଠି ଜିବନ।ଖରା ଯାଇ ବର୍ଷା ଆସିଲା ପରେ ମଧ୍ୟ ଜଳକଷ୍ଟ ଲିଭୁନାହି।ପାଣି ପାଇଁ ଏଠି ଚାଲେ ସଂଘର୍ଷ।କି ଖରା କି ବର୍ଷା ଜଳ ସମସ୍ୟା ଦିର୍ଘ ବର୍ଷ ବର୍ଷ ଏଠି ଦେଖିବାକୁ ମିଳେ ଜଳକଷ୍ଟ। ରାଙ୍ଗିଣୀଗୁଡା ରେ ଗୋଟିଏ ମାତ୍ର ନଳକୂପ ଓ ଗୋଟିଏ କୂଅ ଖୋଳି ଦେଇ ପ୍ରଶାସନ ତାର ଦାୟିତ୍ବ ତୁଲାଇ ଦେଇଥିବା ବେଳେ ତାକୁ ମରାମତି କରିବା କାମ ଭୁଲି ଯାଇଛି ପ୍ରଶାସନ ।ଫଳରେ ଏହାର ଦୋଷା ଭୋଗୁଛନ୍ତି ରାଙ୍ଗିଣୀଗୁଡା ଗ୍ରାମବାସୀ।ଏହି ଗାଁ ରେ ପ୍ରାୟ ୨୦୦ ରୁ ୨୫୦ଜଣ ଲୋକ ବସବାସ କରୁଥିବା ବେଳେ ଗୋଟି

ଏ ମାତ୍ର ନଳକୂପ ଥିବାରୁ ସକାଳ ହେଲେ ହାଣ୍ଡି କୁଣ୍ଡି ଥରି ଲାଗେ ମହିଳା ଙ୍କ ଲମ୍ବା ଧାଡ଼ି ।
 ନଳକୂପ ଖରାପ ହୋଇଗଲେ ସରିଲା କାମ । ବାଧ୍ୟ ହୋଇ ଗାଁ ନିକଟରେ ଥିବା ଦୂଷିତ କୂଅ ରୁ ପାଣି ପିଇବାକୁ ବାଧ୍ୟ ହୋଇଥାନ୍ତି ଗ୍ରାମବାସୀ। ବର୍ଷା ଦିନ ରେ ଏହି କୂଅ ପାଣି ପିଇ ଲୋକେ ନାନା ରୋଗରେ ଆକ୍ରାନ୍ତ ହେଲେଣି ତେବେ ଏ ନେଇ ସ୍ଥାନୀୟ ସରପଞ୍ଚ କହିଛନ୍ତି ଖୁବଶିଘ୍ର ସେମାନଙ୍କ ପାଇଁ ଗୋଟିଏ ନଳକୂପ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
 ବିଶୁଦ୍ଧ ଜଳ ପାଇବା ତ ଦୂରର କଥା ଜଳ ଟୋପାଏ ପାଇଁ ସଂଘର୍ଷ କରୁଛନ୍ତି ଗ୍ରାମବାସୀ ।ତେବେ ଗ୍ରାମବାସୀ ଙ୍କ ଜଳକଷ୍ଟ କେବେ ଦୂର ହେଉଛି ତାକୁ ହିଁ ଦେଖିବାକୁ ବାକି ରହିଲା