ଜୟପୁର ଜାତୀୟ ରାଜପଥ ଦୁରବସ୍ଥା କୁ ନେଇବିଜେଡି ର ଧାରଣା

 

ଜୟପୁର ,ଜାତୀୟ ରାଜପଥ ୨୬ ର ବାରଣିପୁଟ ଠାରୁ ବୋରିଗୁମ୍ମା ପର୍ଯ୍ୟନ୍ତ ୨୬ କିଲୋମିଟର ପାଲଟିଛି ମରଣ ଜନ୍ତା।ଶହ ଶହ ଖାଲ ଖମା ସୃଷ୍ଟି ହୋଇଛି।ଆଉ  ଦୈନିକ  ସହ ସହ ଗାଡି ଗୋଡା ଯାତାୟାତ ହେଉଥିବା ବେଳେ ଅନେକ ଦୁର୍ଘଟଣା କୁ ଆମନ୍ତ୍ରଣ କରୁଛି।ଆଉ ଏହି ୨୬ କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦଶ ପ୍ରତିଶତ କାର୍ଯ୍ୟ କରି ଠିକା ସଂସ୍ଥା ଚୁପ ବସିଯାଇଛି ।ଯାହାକୁ ନେଇ ଆଜି ଜୟପୁର ବିଜେଡି ତରଫରୁ ଇନ୍ଦିରାନନ୍ଦ ଙ୍କ ନେତୃତ୍ୱ ରେ  ବିଜେଡି କର୍ମୀ ମାନେ ରାଜପଥ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ  ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ଏକ ତିନି ଦଫା ସମ୍ଭଳିତ ଦାବିପତ୍ର ରାଜପଥ ବିଭାଗ ର ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମହାନ୍ତି ଙ୍କୁ ପ୍ରଦାନ କରାଯାଇଛି।ସେପଟେ ଆସନ୍ତା ୧୫ ଦିନ ମଧ୍ୟରେ  ରାଜପଥ ର ମରାମତି କାର୍ଯ୍ୟ ହେବ ଏଥି ସହିତ ରାସ୍ତା ନିର୍ମାଣ କାର୍ଯ୍ୟ ଆସନ୍ତା ମେ ମାସ ସୁଦ୍ଧା ହେବ ବୋଲି ନିର୍ବାହୀ ଯନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି।ସେପଟେ ରାଜପଥ ର ମରାମତି କାର୍ଯ୍ୟ ଶୀଘ୍ର  ନକଲେ ଆଗାମୀ ଦିନରେ ରାଜରାସ୍ତା କୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି ବିଜେଡି ନେତ୍ରୀ ଡଃ ଇନ୍ଦିରା ନନ୍ଦ।  ଏହି ଧାରଣାରେ ଜୟପୁର ବିଜୁ ଜନତା ଦଳର ସମସ୍ତ କର୍ମୀ ଉପସ୍ଥିତ ଥିଲେ।