ବେଧଡକ ଗଞ୍ଜେଇ ଚାଲାଣ ର ଜୟପୁର ସଦର ପୋଲିସ ର ପ୍ରତ୍ୟୁତ୍ତର

 


ଜୟପୁର ସଦର ପୋଲିସ ର ଲଗାତାର ଗଞ୍ଜେଇ ମାଫିଆ ଙ୍କ ଉପରେ ଚଢ଼ଉ। ଗତ ରାତ୍ରି ପ୍ରାୟ ୧୨ଟା ସମୟରେ ଜୟପୁର ସଦର ଥାନା ଅଧିକାରୀ ଏ.ମହାକୁଡ଼ ନିଜର ପୋଲିସ ସାଥୀଙ୍କ ସହାୟତା ରେ ନମ୍ବର ବିହୀନ ଏକ ଧଳା ବୋଲେରୋ ଓ ଏକ ଦୁଇ ଚକିଆ ଗାଡ଼ି ସହ ଚାରି ଜଣ ଗଞ୍ଜେଇ ଚଳାଣକାରୀ ଙ୍କୁ ଗିରଫ କରିଥିଲେ। ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ ୩୩୬କିଲୋ ୮୦୦ଗ୍ରାମ ର ଗଞ୍ଜେଇ ଯାହାର ଆନୁମାନିକ ମୁଲ୍ୟ  ୨୫ ଲକ୍ଷ ଟଙ୍କା ହେବ। ଚାରୋଟି ମୋବାଇଲ ଫୋନ,୧୨୦୦ଟଙ୍କା, ନମ୍ବର ବିହୀନ ଏକ ଧଳା ବୋଲେରୋ ସହ ଏକ ମୋଟର ସାଇକେଲ ନଂ OD-10G-7824 ଜବତ କରାଯାଇଥିଲା। ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଯେଉଁ ୪ ଜଣଙ୍କୁ ଗିରଫ କରାଯାଇଛି ସେମାନଙ୍କ ନାମ ହେଉଛି ସମିତ ନାୟକ (୨୫) ଅନୁଗୋଳ,ତପନ ମାଝୀ (୨୫) ଅନୁଗୋଳ,ବିଜୟ ପାଙ୍ଗି (୨୮) କୋରାପୁଟ ବୈପାରିଗୁଡା, ବଳରାମ ଖରା ( ୨୩) କୋରାପୁଟ ବୈପାରିଗୁଡା,୬୭ ପ୍ୟାକେଟ ଗଞ୍ଜେଇ ଜବତ।