ଜୟପୁର ପୌରପାଳିକା ଠାରେ ବେଟେରି ଚାଳିତ ଅଳିଆ କଢା ଯାନ ଉଦଘାଟିତ।

 


ଜୟପୁର ପୌରପାଳିକାର ଏସ.ଏଚ୍.ଜି ଗୃପ୍ ର ମହିଳାମାନଙ୍କୁ ଆତ୍ମନିର୍ଭର କରିବା ଏବଂ ଜୟପୁର ପୌରପାଳିକାକୁ ସ୍ଵଚ୍ଛ ନିର୍ମଳ କରିବା ନିମନ୍ତେ ଜୟପୁର ପୌରପାଳିକା ଠାରେ ବେଟେରୀ ଯୋଗେ ଚାଲୁଥିବା ଅଳିଆ କଢା ଯାନ ଉଦଘାଟିତ ହୋଇଯାଇଛି । ଏହି ବେଟେରୀ ଯାନକୁ  ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି  ଶୁଭଉଦ୍ଦଘାଟନ କରିବା ସହ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ସ୍ଥାନୀୟ ଏସ ଏଚ ଜି ଗ୍ରୁପ୍ ଓ କିନ୍ନର ମାନଙ୍କୁ ଦେବା ନିମନ୍ତେ ପୌର ଅଧିକାରୀଙ୍କୁ ନିବେଦନ କରିଥିଲେ।

ଉପଜିଲ୍ଲାପାଳ ହେମାକାନ୍ତ ସଏ ପୌର ଅଧିକାରୀ ଦାୟିତ୍ଵ ରହି ଆଗାମୀ ଦିନରେ ଜୟପୁର ସହରକୁ ସ୍ବଚ୍ଛ ଓ ନିର୍ମଳ ରଖିବା ପାଇଁ ସହର ବାସୀଙ୍କୁ ନିବେଦନ କରିଛନ୍ତି ଏବଂ ଏହି ବେଟେରି ଚାଳିତ ଗାଡି ଶୁଖିଲା ଓ ଓଦା ଅଳିଆ ଅଲଗା ଅଲଗା ନେବା ସୁବିଧା ଥିବା ସହିତ ଏହି ଅଳିଆ ଆବର୍ଜ୍ଜନା କୁ ପରବର୍ତ୍ତୀ ସମୟରେ କମ୍ପେଷ୍ଟ କରି ଖତ ପ୍ରସ୍ତୁତ କରାଯିବ। ଆଜି ୧୨ଟି ଗାଡ଼ି ଉଦଘାଟିତ ହୋଇଥିବା ବେଳେ ସପ୍ତାହ ମଧ୍ୟରେ ଆଉ ଆଠଟି ଗାଡ଼ି ଆସି ପହଞ୍ଚିବ ବୋଲି ପୌର ଅଧିକାରୀ ସୂଚନା ଦେଇଛନ୍ତି।  ।