ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ନୂତନ ପ୍ରାଥମିକ ଶିକ୍ଷକ ସଂଘ ଦ୍ୱାରା ସ୍ୱାଗତ

 -


--------------------------------------

କୋଟପାଡ:-ଗତ ୨୦ ତାରିଖ ଦିନ କୋଟପାଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଶ୍ରୀମତୀ ତିଲତମା ଗରଡ଼ା ଦାୟିତ୍ୱ ଗ୍ରହଣ କରିଛନ୍ତି।ଏହି ଅବସରରେ ନୂତନ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଶ୍ରୀମତୀ ଗରଡ଼ା ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଶିକ୍ଷା ଶିକ୍ଷକ ଓ ଶିକ୍ଷାୟତନ ଅଭିବୃଦ୍ଧି ସାଧନରେ ଶ୍ରୀମତୀ ଗରଡ଼ା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହଯୋଗ କାମନା କରିଥିଲେ।ସମସ୍ତଙ୍କ ସହଯୋଗୀ ମନୋଭାବ ପୋଷଣ ଦ୍ୱାରା ନିଶ୍ଚିତ ଭାବେ ଗୁଣାତ୍ମକ ଶିକ୍ଷା ହାସଲ କରିବା ସମ୍ଭବପର ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ମତପୋଷଣ କରିଥିଲେ।ଏହି ଅବସରରେ ଏନପିଏସ ଶିକ୍ଷକ ସଂଘ ସଭାପତି ଶ୍ରୀ ସନ୍ତୋଷ କୁମାର ଦୁର୍ବେ, ଉପଦେଷ୍ଟା ଶ୍ରୀ ପ୍ରଦୀପ କୁମାର ପ୍ରଧାନ ସହ ଧନଞ୍ଜୟ ନାୟକ,ଜୟଦେବ ଭଣ୍ଡାରୀ,ବନମାଳୀ ଚଲାଣ,ପ୍ରହ୍ଲାଦ ନାୟକ,ଚିତ୍ତତପଳା ଜେନା,ଲଷ୍ମୀ ନାରାୟଣ ମାଝୀ, ଈଶ୍ୱର ଭଣ୍ଡାରୀ, ସମନାଥ ଅମନାତ୍ୟ,ବୋଇରୀଗଞ୍ଜନ ମହାଳିକ,କୁମୁଦିନି ସେଠି ପ୍ରମୁଖ ଉପସ୍ଥିତ ଥିଲେ।