କୋଟପାଡ଼ ମାଟିର ଅଧିଷ୍ଠାତ୍ରୀ ଦେବୀ ମା' ମାଉଲି ଙ୍କ ପୀଠ ର ପାରମ୍ପାରିକ ଦଶହରା ପୂଜା ପାଳିତ l


କୋଟପାଡ EXPOSE KORAPUT

 କୋଟପାଡ଼ ମାଟିର ଅଧିଷ୍ଠାତ୍ରୀ ଦେବୀ  ମା' ମାଉଲି ଙ୍କ ପୀଠ ରେ ପାରମ୍ପାରିକ ଦଶହରା ପୂଜା ସମ୍ୱନ୍ଧରେ ପୂଜା କମିଟି ଏକ ବୈଚାରିକ ନିଷ୍ପତ୍ତି ନେଇଛି l ସ୍ଥାନୀୟ ଉଚ୍ଚ କର୍ତ୍ତୃପକ୍ଷ ମଧ୍ୟ ସାଧାରଣ ଵିଧି ରକ୍ଷା ପୂର୍ବକ ପୂଜା ସମ୍ପାଦନ ଦିଗରେ ସହଯୋଗ କରିବା ନିମନ୍ତେ ମତବ୍ୟକ୍ତ କରିଛନ୍ତି l କରୋନା ମହାମାରୀ ଜନିତ ପରିବେଶ ପାରିପାର୍ଶ୍ୱକୁ ଆକୋଳନ କରି ସରକାରୀ ସ୍ତରର ନିର୍ଦେଶାବଳୀ ଅନୁସରଣ ପୂର୍ବକ ମାଉଲି ଙ୍କ ଦଶହରା ପୂଜା କୋଭିଡ ନିୟମ ଅନୁଯାୟୀ ଚଳିତ ଇଂ. ମାସ ତା ୧୭/୧୦/୨୦ ରିଖ ଠାରୁ ମାଉଲି ମା' ଙ୍କ ପୀଠ ର ଦୁର୍ଗାପୂଜା ଉପଚାର ଆରମ୍ଭ ହେବ ଏବଂ ତା୨୫/୧୦/୨୦ ରିଖ ରେ ଦଶହରା ଉତ୍ସବ କୁ ଔପଚାରିକ ଭାବେ ପାଳନ କରାଯିବ l କୋଭିଡ -୧୯ ନିୟମ ପୂର୍ବକ ସାମାଜିକ ଦୂରତା ସହିତ ଭକ୍ତ ଗହଳି  ନ କରି ଦେବୀଙ୍କ ପୂଜାର୍ଚ୍ଚନା ପ୍ରତି ଅଗ୍ରାଧିକାର ପ୍ରଦାନ କରାଯିବ ଏବଂ ସ୍ପଷ୍ଠଭାବରେ ଜଣାଇଦିଆଯାଉଛି ଯେ ଏ ବର୍ଷର ଦଶହରା ଉତ୍ସବ ଚାକଚକ୍ୟ ଶୂନ୍ୟ ନିରାଡ଼ମ୍ବରଯୁକ୍ତ ହେବ l ଏହି ବୈଚାରିକ ବୈଠକ  ରେ ସଭାପତି ଶ୍ରୀଯୁକ୍ତ ଗଣେଶ ଚନ୍ଦ୍ର ପଣ୍ଡା, ସମ୍ପାଦକ ଶ୍ରୀ ସିଦ୍ଧାର୍ଥ ତ୍ରିପାଠୀ, କଷାଦକ୍ଷ ଶ୍ରୀ ସୁନୀଲ ତ୍ରିପାଠୀ ଏବଂ ଗଣମାନ୍ୟ ବୁଦ୍ଧିଜୀବୀ ଓ ଭକ୍ତ ଗଣ ଉପସ୍ଥିତ ଥିଲେ l

କୋଟପାଡ଼ ରୁ  ଅନୁପ  ମିର୍ଧା  ଙ୍କ  ରିପୋର୍ଟ  Expose Koraput