ଗ୍ରେଡସନ ତାଲିକାର ସଂଶୋଧନ କରିବା ପାଇଁ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ


 Expose koraput...ସଦ୍ୟ ପ୍ରକାଶିତ ଗ୍ରେଡସନ ତାଲିକାରେ ସଂଶୋଧନ କରିବା ପାଇଁ କୋଟପାଡ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ(ନୂତନ ପେନସେନ ଯୋଜନା ଭୁକ୍ତ) ଦ୍ୱାରା ଏକ ଦାବିପତ୍ର ମାନ୍ୟବର ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଙ୍କୁ ପ୍ରଦାନ କରାଯାଇଛି।ଖବର ନେବାରୁ ଜଣାପଡିଛି ଯେ ସାରା ରାଜ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପଦୋନ୍ନତି ଦେବା ପାଇଁ କେଡ଼େର ରୂଲ ୨୦୧୯ ମୁତାବକ ଏକ ବିଭାଗୀୟ ନିର୍ଦେଶାନାମା ପ୍ରକାଶିତ ହେଇଥିଲା।ଉକ୍ତ ନିର୍ଦେଶାନାମା ଅନୁସାରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପଦୋନ୍ନତି ଦେବାପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଏକ ତାଲିକା ପ୍ରସ୍ତୁତ କରି ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ନିକଟକୁ ପ୍ରେରଣ କରିଥିଲେ।କିନ୍ତୁ ବ୍ଲକ ଶିକ୍ଷକ ସଂଘ କହିବା ଅନୁଯାୟୀ କୋରାପୁଟ ଜିଲ୍ଲାରେ ଉକ୍ତ ନିର୍ଦେଶାବଳିର ଉଲ୍ଲଘଂନ କରାଯାଇ ତାଲିକା ପ୍ରସ୍ତୁତ କାହା ସ୍ୱାର୍ଥରେ କରାଯାଇଛି।ନିୟମ ଅନୁଯାୟୀ ଲେବେଲ ୫(ବି)ରେ ଥିବା ଏନେକଚର ୧ ରେ ଏଚଏସି ସିଟି ଓ ପ୍ଲୁସ୨ ସିଟି ରହିବା କଥା ଓ ଏନେକଚର ୨ ରେ ବିଏ ସିଟି ଓ ବିଏ ବିଇଡି ରହିବା କଥା କିନ୍ତୁ ଅନ୍ୟ ସମସ୍ତ ଜିଲ୍ଲାରେ ଏହି ନିୟମ ଅନୁଯାୟୀ ପଦୋନ୍ନତି ପ୍ରଦାନ କରାଯାଇଥିବାବେଳେ କୋରାପୁଟ ଜିଲ୍ଲାରେ ଏନଏଚର ୨ ରେ କେବଳ ବିଏ ବିଇଡି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ହିଁ ପଦୋନ୍ନତି ପ୍ରଦାନ କାହା ସ୍ୱାର୍ଥରେ ଦିଆଯାଇଛି।ସରକାରୀ ନିୟମାବଳୀର ଠିକ ଭାବେ ଉପଯୋଗ କରାଯାଇନଥିବାରୁ ବହୁତ ଯୋଗ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଏହି ତାଲିକାରୁ ବାଦ ପଡ଼ୁଥିବାରୁ ସେମାନଙ୍କ ମନରେ ଅତ୍ୟନ୍ତ ଦୁଃଖ ଓ କ୍ଷୋଭର ଭାବନା ସୃଷ୍ଟି ହୋଇଛି।ଏହାକୁ ଭିତ୍ତି କରି ତୁରନ୍ତ ମାନ୍ୟବର ମନ୍ତ୍ରୀ ଶିକ୍ଷକ ସମାଜର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନ୍ୟାୟ ପ୍ରଦାନ ସକାଶେ ଦାବିପତ୍ର ପ୍ରଦାନ କରିଥିଲେ।ମନ୍ତ୍ରୀ ତାଲିକାରେ ସଂଶୋଧନ କରାଯାଇ ସରକାରୀ ନିୟମ ଅନୁଯାୟୀ ତାଲିକା ପ୍ରସ୍ତୁତର ଆବଶ୍ୟକତାକୁ ହୃଦବୋଧ କରି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।ଏହି ଦାବିପତ୍ର ପ୍ରଦାନ ସମୟରେ ଏନପିଏସ ଶିକ୍ଷକ ସଂଘ ର ସଭାପତି ଶ୍ରୀ ସନ୍ତୋଷ କୁମାର ଦୁର୍ବେ, ସମ୍ପାଦକ ଶ୍ରୀ ସାଗର ଭଟ,ଉପଦେଷ୍ଟା ଶ୍ରୀ ପ୍ରଦୀପ ପ୍ରଧାନ,ଦ୍ରୁପଦୀ ସେଠି,ଜଗନ୍ନାଥ ରାଓ,ଶଶୀଭୂଷଣ ସାହୁ,ଅଶୋକ ବିଶ୍ୱାଳ ସହ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଯାଇଥିଲେ।


।।।।। କୋଟପାଡ ରୁ ଅନୁପ ମିର୍ଦ୍ଧା। ।।।