ଜୟପୁର କଂଗ୍ରେସ ଦଳ ର ରାଷ୍ଟ୍ରପତି ଙ୍କୁ ସ୍ମାରକ ପତ୍ର ପ୍ରଦାନ


କେନ୍ଦ୍ର ରେ ଶାସିତ ବିଜେପି ସରକାର ଙ୍କ ନୂତନ କୃଷି ନିତିକୁ  ବିରୋଧ କରିଛି କୋରାପୁଟ ଜିଲ୍ଲା କଂଗ୍ରେସ।ଆଜି  ଜୟପୁର  କଂଗ୍ରେସ ଭବନ ଠାରୁ କଂଗ୍ରେସ କର୍ମୀ ମାନେ ବିଶାଳ ବାଇକ ଶୋଭାଯାତ୍ରା ରେ ବାହାରି ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ  ରେ ପହଞ୍ଚି ଥିଲେ। ଏହି ବିକ୍ଷୋଭ ବେଳେ କଂଗ୍ରେସ ର  ମଦନ ମୋହନ ନାୟକ,ବିନୋଦ ମହାପାତ୍ର,ନଳନୀ ରଥ,ନରୀ ମହାନ୍ତି, ଙ୍କ ସମେତ ଅନେକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ।ଉପ ଜିଲ୍ଲାପାଳ ଙ୍କ ଅନୁପସ୍ଥିତ  ଥିବା ବେଳେ  ଡ଼େପୁଟିକଳଲେକଟର ଙ୍କୁ ରାଷ୍ଟ୍ରିପତି ଙ୍କ ଉଦ୍ଦେଶ୍ୟରେ  ଏକ  ଦାବି ପତ୍ର ପ୍ରଦାନ କରାଯାଇଛି। ଦେଶର କୃଷକ ଏବଂ କୃଷି କ୍ଷେତ୍ର ରେ ଷଡଯନ୍ତ୍ର ରଚି ଏହି ନୂତନ ନୀତି  କୁ ଲାଗୁ କରିଛନ୍ତି ମୋଦୀ ସରକାର ବୋଲି ଅଭିଯୋଗ କରିଛି କଂଗ୍ରେସ। ଅନ୍ୟ ପଟେ  କିଛି ପୁଞ୍ଜିପତି ଙ୍କୁ ଖୁସି କରିବାକୁ ' କୃଷକ ଏବଂ କୃଷିକୁ ନଷ୍ଟ କରିବା ପାଇଁ ଏହା ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି ମଧ୍ୟ କହିଛି କଂଗ୍ରେସ।

ବଜାରରେ, କୃଷି ଉତ୍ପାଦନର ମୂଲ୍ୟ ସ୍ଥିର କରିବା ପାଇଁ ପୂର୍ବ ନିର୍ଦ୍ଧାରିତ 'ମିନିମମ ସପୋର୍ଟ ପ୍ରାଇସ୍' (MSP) ହେଉଛି ମାନଦଣ୍ଡ | ତେଣୁ ଚାଷୀ ମାନଂକୁ MSP  ଦିଆଯାଉ ବୋଲି ଏହି ସ୍ମାରକ ପତ୍ର ରେ ଉଲ୍ଲେଖ କରିଛି କଂଗ୍ରେସ ଦଳ।