ଲୋକେ ତିଆରି କରୁଛନ୍ତି ନିଜ ଗାଁ ପାଇଁ ରାସ୍ତା

 


EXPOSE KORAPUT...କୋଟପାଡ଼ ବ୍ଲକ ଅନ୍ତର୍ଗତ ଛତର୍ଲା   ଗ୍ରାମପଞ୍ଚାୟତ  ଅଧୀନରେ  ଥିବା ବିଚ୍ଛିନ୍ନାଞ୍ଚଳ ର ନୂଆଗୁଡା ଠାରୁ ଡଙ୍ଗରପାଲି ଗ୍ରାମ କୁ ରାସ୍ତାକାମ  ଗ୍ରାମବାସୀ ମାନେ ନିଜେ କରୁଥିବାର  ଦେଖିବାକୁ  ମିଳିଛି l  ସ୍ୱାଧୀନତା  ର  ୭୦ ବର୍ଷ  ପରେ ମଧ୍ଯ ଗ୍ରାମ ବାସୀ  ଙ୍କୁ ରାସ୍ତା ଏକ ଦିବାସପ୍ନ ଭଳି ଲାଗୁଛି l ଏହି ରାସ୍ତା ନଥିବା  ଯୋଗୁଁ ଗ୍ରାମବାସୀ ନାହିଁନଥିବା  ହଇରାଣ  ହରକତର  ସମ୍ମୁଖୀନ ହେଉଛନ୍ତି l ଉକ୍ତ  ରାସ୍ତାଟି କୁନ୍ଦ୍ରା  ବ୍ଲକର ବାଗଦରି କୁ ସଂଯୋଗ  କରୁଛି. ବାଗଦାରି ବିଦାଳୟରେ  ଦୁରୁଆ  ସମ୍ପ୍ରଦାର ଶତାଧିକ ଛାତ୍ର  ଛାତ୍ରୀ  ଅଧ୍ୟୟନ କରୁଛନ୍ତି. ଏଠି ସ୍ଵାସ୍ଥ୍ୟ ସେବା ମଧ୍ୟ ବିପର୍ଯୟ ହୋଇ ପଡିଛି. ତେଣୁ  ଗ୍ରାମବାସୀ ମାନେ ବାଧ୍ୟ ହୋଇ ପାହାଡ କାଟି  ନିଜଗ୍ରାମ  ପାଇଁ ରାସ୍ତା  ନିର୍ମାଣ କରୁଥିବା ଦେଖିବାକୁ ମିଳିଛି। ଏହି ନେଇ ବାରମ୍ବାର  ନେତା  ଓ  ଅଫିସ ର  କୁ ଜଣାଇବା ସତ୍ତ୍ୱେ କେହି ମଧ୍ୟ୍ୟ କର୍ଣ୍ଣପାତ  କରୁନଥିବା ଗ୍ରାମବାସୀ ଅଭିଯୋଗ  କରିଛନ୍ତି l  କେବଳ ନିର୍ବାଚନ ଆସିଲେ କୁଜିନେତା ମାନଙ୍କ ର ଭୋଟ ପାଇଁ ମିଥ୍ୟା ପ୍ରତିଶୃତି  ମିଳଥାଏ ବୋଳି ଗ୍ରାମବାସୀ ମାନେ ଅଭିଯୋଗ କରୁଛନ୍ତି l N.R.E G.A. ରେ  କେନ୍ଦ୍ର  ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ A. P. O ଠିକାଦାର ଏବଂ ଭେଣ୍ଡର ଙ୍କ ମଧୁ ଚନ୍ଦ୍ରିକାରେ କୋଟି କୋଟି ଟଙ୍କା ଖର୍ଚ୍ଚହଉଥିବା ବେଳେ ଆଜି ଦୁଇଟି ବ୍ଲକକୁ ସଂଯୋଗ କରୁଥିବ ନୂଆଗୁଡା ଠାରୁ  ଡଙ୍ଗରପାଲି ଗ୍ରାମବାସୀଙ୍କୁ ନୂତନ ରାସ୍ତା ନିର୍ମାଣ କରିବାକୁ ପଡୁଛି ଏଥିରୁ ସ୍ପଷ୍ଟ ହଉଛି ଯେ ସରକାରଙ୍କ  ଅନୁଦାନ ଟଙ୍କା କେତେ ସଦୁପଯୋଗ  ହେଉଛି l ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ଜନସାଧାରଣ ରେ ଦାବି ହେଉଅଛି l 



କୋଟପାଡ଼ ରୁ ଅନୁପ ମିର୍ଧା ଙ୍କ ରିପୋର୍ଟ  Expose Koraput