ସକାଳୁ ସକାଳୁ ଜୟପୁର ଟାଉନ ପୋଲିସ ର ସଫଳତ ବିପୁଳ ପରିମାଣର ଗୁଟଖା ଜବତ


କୋରାପୁଟ ଜିଲ୍ଲା ଜୟପୁର ଟାଉନ ପୋଲିସ ଦ୍ବାରା ଆଜି ସକାଳେ ବ୍ରହ୍ମପୁର ଠାରୁ ମାଲକାନଗିରି ଯିବା ଦିଲଖୁସ ବସ୍ ରେ ୧୫ ବସ୍ତା ଗୁଟଖା  ଜବତ କରାଯାଇଛି।ଏକ ବିଶେଷ ସୂତ୍ରରୁ ଖବର ପାଇ ଜୟପୁର ପୋଲିସ ଏହି ବସଟିକୁ ଥାନା ସମ୍ମୁଖରେ ଅଟକ ରଖି ବସ୍ ମଧ୍ୟରୁ ୧୫ବସ୍ତା ବେଆଇନ ଚାଲାଣ ହେଉଥିବା  ଗୁଟଖା ଜବତ କରିଛି। ପ୍ରତିଦିନ ବାହାର ଜିଲ୍ଲାରୁ ବସ୍ତା ବସ୍ତା ଗୁଟଖା ଓ ପାନମଷଲା ବେଆଇନ ଭାବେ ଜୟପୁର ଆସୁଥିବା ବେଳେ ଆଜିର ଏହି ଚଢ଼ଉ ଗୁଟଖା କଳାବଜାରୀ କରୁଥିବା ମାନଙ୍କ ମୁଣ୍ଡରେ ଚଡ଼କ ପଡିଥିବ ଆଗକୁ ଏଭଳି ଧରପଗଡ ହେଲେ ବହୁ ମାତ୍ରାରେ ଗୁଟଖା କଳାବଜାରୀ ଉପରେ ନିୟନ୍ତ୍ରଣ କରାଯାଇପାରିବ  ଆଜିର ଜବତ ଗୁଟଖା କେତେ ମୂଲ୍ୟର ହେବ ତାହା ଆକଳନ କରାଯାଇ ନାହିଁ। ଏହାର ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ ସୁଚନା ମିଳିଛି।