ହାଥରସ୍ ଦଳିତ ନାବାଳିକା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜିଲ୍ଲା କଂଗ୍ରେସ କମିଟିର ଶାନ୍ତିପୂର୍ଣ୍ଣ ଧାରଣା


 Expose koraput: ଆଜି ଜୟପୁର ମୁଖ୍ୟରାସ୍ତା କଂଗ୍ରେସ ଭବନ ଆଗରେ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ବରେ ଉତ୍ତର ପ୍ରଦେଶ ହାଥରସ୍ ନାବାଳିକା ମନୀଷା ବାଲ୍ମୀକିକୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ପ୍ରତିବାଦରେ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଶାନ୍ତିପୂର୍ଣ୍ଣ ଧାରଣା ସହ ତୀବ୍ର ନିନ୍ଦା କରାଯାଇଛି। ଅଖିଳ ଭାରତ କଂଗ୍ରେସ କମିଟିର ସଭାପତି ସାଂସଦ ଶ୍ରୀ ରାହୁଲ ଗାନ୍ଧୀ ଓ ସାଧାରଣ ସଂପାଦକ ଶ୍ରୀମତୀ ପ୍ରିୟଙ୍କା ଗାନ୍ଧୀ ଘଟଣାସ୍ଥଳକୁ ଗସ୍ତ ସମୟରେ ଉତ୍ତର ପ୍ରଦେଶ ପୋଲିସ ବିଭାଗର ଅଶାଳୀନ ବ୍ୟବହାର ଓ ବର୍ବୋରଚିତ ଆକ୍ରମଣ ଯୋଗୀ ସରକାରଙ୍କ ଅସଲ ଚେହେରାକୁ ପଦାରେ ପକାଇଥିବା ବରିଷ୍ଠ କଂଗ୍ରେସ ନେତା ବିନୋଦ ମହାପାତ୍ର ପ୍ରକାଶ କରିଛନ୍ତି। ରାହୁଲ ଜୀଙ୍କ ପ୍ରତି ହୋଇଥିବା ଅପମାନ ଓ ଆକ୍ରମଣ ଘଟାଣାରେ ଭାରତ ବର୍ଷର ସମସ୍ତ କଂଗ୍ରେସ କର୍ମୀଙ୍କ ମନରେ ଗଭୀର କ୍ଷୋଭ ସୃଷ୍ଟି ହୋଇଥିବା ଜୟପୁର କଂଗ୍ରେସ ନଗର ସଭାପତି କହିଛନ୍ତି। ଏହି ଶାନ୍ତିପୂର୍ଣ୍ଣ ଧାରଣାରେ ବହୁତ କଂଗ୍ରେସ କର୍ମୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।