ମଦ ଦୋକାନ ରେ ବାଡାବାଡି, ତିନି ଗୁରୁତର



ଜୟପୁର,: ମଦ କୁ ନେଇ ଜୟପୁର କେନାଲ ରୋଡ଼ ରେ ଥିବା ଏକ ମଦ ଦୋକାନରେ ବାଡ଼ାବାଡି। ଏଥିରେ ଦୁଇ ଜଣ ଗୁରୁତର ହୋଇ ଜିଲ୍ଲା ମେଡିକାଲ ରେ ଭର୍ତ୍ତି ହୋଇଥିବାବେଳେ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ସେମାନେ ହେଲେ ଜୟପୁର ସହର ଢେପଗୁଡା ଅଞ୍ଚଳର ରାଜା ନାୟକ (୨୪), ଓସିସି କଲୋନୀର ହେବଲ ବାଘ(୩୦) ଓ  ଅଜୟ ଛାତି(୨୭) ବୋଲି ଜଣା ପଡିଛି। ଘଟଣା ସ୍ଥଳରେ ଜୟପୁର ଟାଉନ ପୋଲିସ ପହଞ୍ଚି ତନାଘନା କରୁଛି। 


ମିଳିଥିବା ସୂଚନା ମୁତାବକ ମଦ ର ଦରକୁ ନେଇ  ହେବଲ ଓ ଅଜୟ  ଉଭୟ ସେହି ସମୟରେ  କାଉଣ୍ଟରରେ ଥିବା କର୍ମଚାରୀଙ୍କ ସହ ଯୁକ୍ତିତର୍କ ହେବା ସହ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲା। ଏହି ସମୟରେ ମଦ ଦୋକାନ କର୍ମଚାରୀ ଉଭୟଙ୍କୁ ମାରାଣାସ୍ତ୍ର ରେ ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲେ।  ସେଠାରେ ରାଜା ନାୟକ ପହଁଚି ବୁଝାସୁଝା କରୁଥିବା ବେଳେ କାଉଣ୍ଟର କର୍ମଚାରୀ ଉତ୍ୟକ୍ତ ହୋଇ ରାଜା ନାୟକ ଙ୍କୁ ମଧ୍ୟ ଆକ୍ରମଣ କରିଥିବା ଜଣାପଡିଛି ।