ସାହାସିକତା ର ପରିଚୟ ଦେଲେ ଚାରି ଯୁବକ ସାହାଯ୍ୟ ଅନୁଷ୍ଠାନ ପକ୍ଷରୁ ଏମାନଙ୍କୁ ଉତ୍ସାହିତ କରିବା ପାଇଁ ଏକ ଛୋଟିଆ ପ୍ରୟାସ


ଜୟପୁର,,କିଛି ଦିନ ତଳେ ଜଣେ ସ୍ତ୍ରୀ ଲୋକ ନିଜ ମାନସିକ ସନ୍ତୁଳତା ହରେଇ କେନାଲରେ ଭାସିଗଲେ। ସେହି ସମୟରେ ନିକଟରେ କାମ କରୁଥିବା  ଚାରି ଯୁବକ ଦେଖି ତୁରନ୍ତ ପାଣିରେ ଡେଇଁ ପଡି, ମହିଳାଙ୍କୁ ବଞ୍ଚେଇ କୂଳକୁ ଆଣି ତାଙ୍କୁ ତୁରନ୍ତ ପୋଲିସ ଙ୍କୁ ଜଣେଇ ଡାକ୍ତରଖାନା ପଠେଇଥିଲେ।ବର୍ତ୍ତମାନ ସେ ସ୍ତ୍ରୀ ଲୋକ ଟି ସୁସ୍ଥ ହୋଇ ପରିବାର ସହ ଅଛନ୍ତି।ଆଜି ସାହାଯ୍ୟ ଅନୁଷ୍ଠାନ ପକ୍ଷରୁ ଏମାନଙ୍କୁ ଉତ୍ସାହିତ କରିବା ପାଇଁ ଏକ ଛୋଟିଆ ପ୍ରୟାସ କରାଯାଇଥିଲା ଓ ସାହାଯ୍ୟ ପକ୍ଷରୁ ଏମାନଙ୍କୁ ଗୋଟେ ଜୀବନ ବଞ୍ଚେଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ  ମୂଖ୍ୟ ଅତିଥି ଥିଲେ ଜୟପୁର ଏସଡିପିଓ ବରୁଣ ଗୁଣ୍ଠପାଲି, ଅତିରିକ୍ତ ତହସିଲଦାର ନିଳାମ୍ବର ପୁଜାରୀ। ଜିବନ ବଞ୍ଚେଇ ଥିବା  ଯୁବକ ଦିଲୀପ ନାୟକ, ଶୁଭ୍ରାଂଶୁ ଦୋଳାଇ,ମାଧବ ସ୍ୱାଇଁ, ସଞ୍ଜୟ ବାରିକ ।ସାହାଯ୍ୟ ଅନୁଷ୍ଠାନ ତରଫରୁ  କାର୍ତିକ ରାଉତ, ମୁରୁଲି ପଟ୍ଟନାୟକ, ପବିତ୍ର ପାତ୍ର, ଶ୍ରୀକାନ୍ତ ଦାସ, ରାମ ପାଣିଗ୍ରାହୀ, ଜୟନ୍ତ ଦାଶ, ଶୁଭ୍ରାଂଶୁ ନାୟକ, ଜୟନ୍ତୀ ନାୟକ, ସତ୍ୟ ତ୍ରିପାଠୀ, ସୁଶାନ୍ତ ପଣ୍ଡା, ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଛନ୍ତି।