ବେଧଡକ ଗଞ୍ଜେଇ ଜବତ ରେ ପୋଲିସ ର ସଫଳତା।



ଜୟପୁର, ପୁଣି ଥରେ ଜୟପୁର ସଦର ପୋଲିସ ଓଆଇସି ଙ୍କ ସହାୟତା ରେ ଜାତୀୟ ରାଜପଥ ଏନ‌ଏଚ ୨୬ ଦେଇଯାଉଥିବା ଉମରି ନିକଟସ୍ଥ ଏଫ ସି ଆଇ ଗୋଦାମ ନିକଟରେ ଏକ ଗଞ୍ଜେଇ ବୋଝେଇ ଟ୍ରକ ଯାହା ନଂ MP--2135 ସହ ଏକ କଳା ରଙ୍ଗର ମଟର ସାଇକେଲ ଯାହା ନଂବର ବିହୀନ ଥିବା ରାତ୍ରୀ ପ୍ରାୟ ୭ଟା ସମୟରେ ଓଆଇସି ଏ ମହାକୁଡ଼ ତାଙ୍କ ସାଥି ସହ ଜବତ କରିଥିଲେ। ମହାକୁଡ଼ ଙ୍କ ମତାନୁଯାୟି ଟ୍ରକ ରେ ୮୦ଟି ପକେଟ ଯାହା ୪୦୭.୨୫୦କିଲୋର ଗଞ୍ଜେଇ ରହିଥିଲା। ଯାହାର ଆନୁମାନିକ ମୁଲ୍ୟ ପ୍ରାୟ ୩୫ ଲକ୍ଷ। ତତ୍ ସହିତ ଚାରୋଟି ମୋବାଇଲ ଫୋନ,୧୮୦୦ଟଙ୍କା ଓ ଚାରିଜଣଙ୍କୁ ଗିରଫ କରାଯାଇଛି। ଗିରଫ କରାଯାଇଥିବା ୪ଜଣଙ୍କ ନାମ ହେଉଛି କିସନ କୁମାର ଖେମଣ୍ଡୁ (୨୮) କୋରାପୁଟ, ରବିନ୍ଦ୍ର ଶର୍ମା (୨୪) ମଧ୍ୟ ପ୍ରଦେଶ, ଅଶୋକ ଶ୍ରୀବାସ୍ତବ (୫୨) ମଧ୍ୟ ପ୍ରଦେଶ,କାଶିରାମ ବାଘେଲା(୨୦) ମଧ୍ୟ ପ୍ରଦେଶ। ବାରମ୍ବାର ଗଞ୍ଜେଇ ଜବତ ରେ ସଫଳ ଜୟପୁର ସଦର ପୋଲିସ।