ଶୋଚନୀୟ ଅବସ୍ଥାରେ ଜାମୁଣ୍ଡା ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ।



ଜୟପୁର, ଶିକ୍ଷା ର ଗନ୍ତାଘର ଯାହାକୁ ଆମେ ସ୍କୁଲ କହିଥାଉ, ସେହି ସ୍କୁଲ କୁ ଭି ଦିନେ ଶିକ୍ଷା ପାଇଁ ଲାଞ୍ଚ ନେଇ ଯେ ଶିକ୍ଷା ଗ୍ରହଣ କରିବାକୁ ପଡ଼ିବ ତାହା ଏକ ଶୋଚନୀୟ ବିଷୟ ପାଲଟିଛି। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ଯାମୁଣ୍ଡା ପଞ୍ଚାୟତ ର ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଯେଉଁ ଠାରେ ବିଦ୍ୟାଳୟ ର ମୁଖ୍ୟ ଅର୍ଥାତ୍ ପ୍ରଧାନ ଶିକ୍ଷୟିତ୍ରୀ ସାମାନ୍ୟ କିଛି ଅର୍ଥ ଲାଳସାରେ ଗରିବ ଠାରୁ ଆରମ୍ଭ କରି କେତେକ ଅଶିକ୍ଷିତ ଆଦିବାସୀଙ୍କ ଠାରୁ ମଧ୍ୟ ଅର୍ଥ ଆଦାୟ କରୁଛନ୍ତି। କରୋନା ଏପରି ଏକ ପରିସ୍ଥିତି ସୃଷ୍ଟି କରିଦେଇଛି ଯେ ଲୋକମାନଙ୍କ ର ମୌଳିକ ଉପାଦାନ ର ଭରଣା ହୋଇପାରୁନାହିଁ। ଏପରି ଅବସ୍ଥାରେ ସେମାନଙ୍କ ପିଲାର ଶିକ୍ଷା ଅର୍ଥାଭାବ ଅବସ୍ଥାରେ ସରକାରୀ ବିଦ୍ୟାଳୟ ରେ ଲାଞ୍ଚ କୁ ନେଇ ଅଭିଯୋଗ କରିଛନ୍ତି। ଗରିବ ଆଦିବାସୀ ଅଧିବାସୀଙ୍କୁ ଆଡ଼ମିଶନ,ରିଆଡମିଶନ,ବହିବାବଦ ଖର୍ଚ୍ଚ, ସାଇକେଲ,ଡଷ୍ଟର ଓ ସାର୍ଟିଫିକେଟ ବାବଦରେ ଲୁଟୁଛନ୍ତି ହଜାର ହଜାର ଟଙ୍କା। ଶିକ୍ଷା ର ବ୍ୟବସ୍ଥା ଏପରି ଯେ ମାତ୍ର ଦୁଇଟି ବଖରାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପାଠ ପଢା କାର୍ଯ୍ୟକ୍ରମ ଚାଲିଛି।


ବିଦ୍ୟାଳୟ ପରିସର ବି ଏପରି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ଯେ ସ୍କୁଲ କାନ୍ଥ ବର୍ଷା ରେ ଓଦା ହୋଇ କେଉଁ ସମୟରେ ଭାଙ୍ଗି ଯାଇପାରେ। ଏହି ସ୍କୁଲ ର ସ୍ଥିତ ଏପରି ହେଇଛି ଯେ ସରକାରଙ୍କ ପକ୍ଷରୁ ମିଳୁଥିବା ମାଗଣା ବହି ମଧ୍ୟ ବିନା ଟଙ୍କା ରେ ଦିଆଯାଉନାହିଁ। ଯାହା ଫଳରେ ଛାତ୍ର ଛାତ୍ରୀ ମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ଏହି ସବୁ କଳା କାରନାମା ର ଅଡିଓ ଭାଇରେଲ ହୋଇଥିବା ବେଳେ ଜିଲ୍ଲା ଶିକ୍ଷା ବିଭାଗ ନିରବଦ୍ରଷ୍ଟା ସାଜିଛି। ଯାହାର ଅଭିଯୋଗ ଆଣିଛନ୍ତି ବି.ଶ୍ରୀନିବାସ ରାଓ,ମନ ପରଜା,ମନୁ ଭତ୍ରା ଓ ଯୁଗୋଧର ନାୟକ। ଗ୍ରାମ ବାସିନ୍ଦାଙ୍କ ମତାନୁସାରେ ପ୍ରଧାନ ଶିକ୍ଷୟିତ୍ରୀ ସୁନିତା ରଥଙ୍କ ବିରୋଧରେ ଗତବର୍ଷ ଅଭିଯୋଗ ଆଣିଥିଲେ, ପ୍ରଶାସନ ପକ୍ଷରୁ ସାମାନ୍ୟତମ ଯାଞ୍ଚ କରାଇ ଘଟଣାକୁ ଚାପି ଦିଆ ଯାଇଥିଲା। ମିଳିଥିବା ସୂଚନା ରୁ ଜଣାପଡ଼ିଛି ଯେ ଜୟପୁର ବ୍ଳକ ର ଜାମୁଣ୍ଡା ପଞ୍ଚାୟତ ରେ ୧୯୩୦ ମସିହାରେ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ପରେ ପରେ ୯ମ ଓ ୧୦ମ ଶ୍ରେଣୀ ସଂଯୁକ୍ତ କରାଯାଇଥିଲା। ଚଳିତ ବର୍ଷ ୧୦ମ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନଙ୍କ ସଫଳତା ପରେ ଆଗାମୀ ଶିକ୍ଷା ନିମନ୍ତେ ପ୍ରମାଣପତ୍ର ପାଇଁ ଟଙ୍କା ମାଗି ମାନସିକ  ଚାପ ସୃଷ୍ଟି କରୁଛନ୍ତି।

ଶ୍ରୀନିବାସ ରାଓ କହିଛନ୍ତି ତାଙ୍କ ଝିଅ ଚାନ୍ଦିନୀ ୧୦ମ ଶ୍ରେଣୀ ରେ ପଢୁଥିବା ସମୟରେ ଏକ ଏଡମିସନ ହେବ ବୋଲି କହି ୫୫୦ ଟଙ୍କା ମାଗିଥିଲେ। ସେ ଟଙ୍କା କାହିଁକି ଦେବୁ ବୋଲି ପଚାରିବାରୁ କହିଥିଲେ ସରକାରଙ୍କ ପକ୍ଷରୁ କୌଣସି ସୁବିଧା ଓ ଷ୍ଟାଇପେଣ୍ଡ ମିଳିବ ନାହିଁ ବୋଲି କହିଥିଲେ। ସେହିପରି ଅନ୍ୟ ଏକ ଗ୍ରାମବାସୀ ମନୁ ଭତ୍ରା ଙ୍କ ଠାରୁ ନିଜ ଝିଅର ସପ୍ଳିମେଣ୍ଟାରୀ ପରିକ୍ଷା ନିମନ୍ତେ ୫୫୦ ଟଙ୍କା ଓ ବହି ପାଇଁ ୨୫୦ ଟଙ୍କା ମାଗିଥିଲେ। ଯୁଗୋଧର ନାୟକ ଲାଞ୍ଚର ସମ୍ମୁଖିନ ହୋଇ ମଧ୍ୟ ନିଜର ପିଲାମାନଙ୍କର ଉତ୍ତର ଭବିଷ୍ୟତ ଗଢ଼ିବା ପାଇଁ ଆଡ଼ମିଶନ ଓ ବହି ବାବଦକୁ ଟଙ୍କା ଦେଇସାରିଛନ୍ତି। ଘଟଣାରେ ଡିଇଓ ରାମଚନ୍ଦ୍ର ନାୟକ ସ୍ପଷ୍ଟ ଭାବରେ କହିଛନ୍ତି ଯଦି ଘଟଣା ସତ୍ୟ ହୋଇଥାଏ ତାହା ହେଲେ ପ୍ରଧାନ ଶିକ୍ଷୟିତ୍ରୀ ସୁନିତା ରଥଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।