ପୁଣି ତେଜିଲା ମଦ ବିରୋଧୀ ଆନ୍ଦୋଳନ।


ଦିନକୁ ଦିନ କୋରାପୁଟ ଜିଲ୍ଲାରେ ଦେଶୀ ମଦ ଖୁଲମ ଖୁଲା ବିକ୍ରି ହେଉଛି।ତାକୁ ବିରୋଧ କରି ଅନେକ ସମୟରେ ଗ୍ରାମର ମହିଳାମାନେ  ଆନ୍ଦୋଳନକୁ ଓହ୍ଲାଉଛନ୍ତି।ହେଲେ ମଦ ବିକ୍ରି ବନ୍ଦ ର କିଛି ପ୍ରଭାବ ପଡୁନି।ସରକାରଙ୍କ ନିକଟରେ ବାରମ୍ବାର ଗୁହାରି କଲେ ବି ଫଳ ଶୂନ।କୋରାପୁଟ ଜିଲ୍ଲାରେ ବେଧଡକ ଦେଶୀ ମଦ ବିକ୍ରି କରୁଛନ୍ତି ଦୋକାନୀ।ଆଜି କୋଟପାଡ଼ ମିରିଗୁଡା ଗ୍ରାମର ଶହ ଶହ ମହିଳା ଏବଂ ଯୁବକ ମିଶି ମଦ ବିରୋଧୀ ଆନ୍ଦୋଳନ କରିଥିଲେ।ମିରିଗୁଡା ଗ୍ରାମରେ ଅନେକ ଦିନ ଧରି ଦେଶୀ ମଦ ବିକ୍ରିକୁ ବିରୋଧ କରି ଆସୁଥିଲେ ଗ୍ରାମବାସୀ ତଥାପି ଅମାନିଆ ଖୁଲମ ଖୁଲ୍ଲା ମଦ ବିକ୍ର କରୁଥିଲେ।ଗ୍ରାମର ଅନେକ ଘର ଏବଂ ଦୋକାନ ଉପରେ ଚଢ଼ାଉ କରି କିଛି ଦେଶୀ ମଦ ଏବଂ ପଚ ଜବତ କରିଥିଲେ।ଶହ ଶହ ମହିଳା ହାତରେ ଠେଙ୍ଗା ଧରି ମଦ ବିକ୍ରି କରୁଥିବା ଦୋକାନ କୁ ତାଲା ପକାଇ ଥିଲେ।ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ କୋଟପାଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝା ସୁଝା କରି ଦୋକାନୀଙ୍କ ନାମରେ ଏକ ମାମଲା ରୁଜୁ କରି ଥାନା କୁ ନେଇଥିଲେ।ପରେ ଉତ୍ୟକ୍ତ ମହିଳା ଶାନ୍ତ ପଡ଼ିଥିଲେ। ଗ୍ରାମବାସୀ କହିବା ଅନୁଯାୟୀ ମଦ ବିକ୍ରି ଯୋଗୁଁ ଗ୍ରାମର ଅନେକ ଯୁବ ଗୋଷ୍ଠୀ ମଦ ପିଇ କୁକର୍ମ ରେ ଲିପ୍ତ ରହୁଛନ୍ତି।ଅନେକ ଲୋକେ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି।ଏମିତିକି ସ୍କୁଲ ଛାତ୍ର ମଧ୍ୟ ମଦ ପିଇବାକୁ ପଛାଉ ନାହାନ୍ତି।ଅନେକ ପରିବାର ମଧ୍ୟରେ ମଦକୁ ନେଇ ପାରିବାରିକ କଳହ ଲାଗିରହୁଛି।ମୋଦ ଯୋଗୁଁ ଏମିତି ଏକ ଘଟଣା କିଛି ଦିନ ତଳେ କୋଟପାଡ଼ ୧୩ ନମ୍ବର ୱାର୍ଡରେ ଜଣେ ମହିଳା ଦୁଇ ସନ୍ତାନକୁ ନେଇ କୂଅରେ ଡେଇଁ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ।ତେବେ କୋରାପୁଟ ଜିଲ୍ଲାରେ ଖୁଲମ ଖୁଲ୍ଲା ମଦ ବିକ୍ରି ଚାଲିଛି କିନ୍ତୁ ପୋଲିସ ଏବଂ ଅବକାରୀ ବିଭାଗ ନିରବଦ୍ରଷ୍ଟା ସାଜିଛି। ତେବେ ଏମିତି ଘଟଣା କୋରାପୁଟ ଜିଲ୍ଲାରେ ବାରମ୍ବାର ଘଟୁଛି କିନ୍ତୁ  ପୋଲିସ ଏବଂ ଅବକାରୀ ବିଭାଗ ସବୁ ଦେଖି ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ତେବେ ପୋଲିସ ଏହି ଘଟଣାକୁ ନେଇ ମୁଁହ ଖୋଲିବକି ତାହାକୁ ଅପେକ୍ଷା   ।।।



କୋଟପାଡ ରୁ ଅନୁପ ମିର୍ଧା ଙ୍କ ରିପୋର୍ଟ।